ଆମର ସାମ୍ପ୍ରତିକ ଘଟଣା

ଆମର ସାମ୍ପ୍ରତିକ ଘଟଣା

କିଞ୍ଜିରକେଲାଠାରେ ନବନିର୍ମିତ ବନରକ୍ଷୀ ବାସଗୃହର ଉଦ୍‌ଘାଟନ ଏବଂ ମୃତ କେନ୍ଦୁପତ୍ର ତୋଳାଳିଙ୍କ ନୋମିନିମାନଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି ବଣ୍ଟନ।

୩୦.୧୦.୨୦୨୬ ତାରିଖରେ ରାଉରକେଲା କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ କିଞ୍ଜିରକେଲା କେନ୍ଦୁପତ୍ର ରେଞ୍ଜରେ ନବନିର୍ମିତ ବନରକ୍ଷୀ ବାସଗୃହକୁ କିଞ୍ଜିରକେଲା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ବେନେଡିକ୍ଟା ଟପ୍ପୋ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ରାଉରକେଲା କେନ୍ଦୁପତ୍ର ଡିଭିଜନର ଏସ୍‌ଡିଏଫ୍‌ଓ ଓ ଏସିଏଫ୍‌ ଉପସ୍ଥିତ ଥିଲେ।କଲ୍ୟାଣ ପାଣ୍ଠି (Welfare Trust Fund) ଅଧୀନରେ ମୃତ କେନ୍ଦୁପତ୍ର ତୋଳାଳିମାନଙ୍କ ନାମରେ ମଞ୍ଜୁର ହୋଇଥିବା ମୃତ୍ୟୁକାଳୀନ ସହାୟତା ରାଶି ସେମାନଙ୍କ ମନୋନୀତ ନୋମିନିମାନଙ୍କୁ ବଣ୍ଟନ କରାଯାଇଥିଲା।


କେନ୍ଦୁଝରର ସିଙ୍କୁଳାବାହାଲ ଦକ୍ଷତା ବିକାଶ ପ୍ରଶିକ୍ଷଣ କେନ୍ଦ୍ରରେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ
କେନ୍ଦୁଝର ଜିଲ୍ଲାର ଜଗମୋହନପୁରସ୍ଥିତ ସିଙ୍କୁଳାବାହାଲ ଦକ୍ଷତା ବିକାଶ ପ୍ରଶିକ୍ଷଣ କେନ୍ଦ୍ରରେ CDM-cum-PHOଙ୍କ ସହଯୋଗରେ ପ୍ରଶିକ୍ଷାର୍ଥୀ ଓ ସ୍ଥାନୀୟ ଗ୍ରାମବାସୀଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ଏଥିରେ ହିମୋଗ୍ଲୋବିନ୍ ଓ ରକ୍ତଶର୍କରା ପରୀକ୍ଷା ସହ ଆବଶ୍ୟକ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା

ବନ ମୁଖ୍ୟାଳୟ, ଓଡ଼ିଶାରେ ସତର୍କତା ସଚେତନତା ସପ୍ତାହ ପାଳନ
ବନ ମୁଖ୍ୟାଳୟ, ଓଡ଼ିଶା ପକ୍ଷରୁ ସଚ୍ଚୋଟତା, ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ଦୁର୍ନୀତିମୁକ୍ତ ଜନସେବାର ବାର୍ତ୍ତା ସହ ସତର୍କତା ସଚେତନତା ସପ୍ତାହ ପାଳନ କରାଯାଉଛି। ଉତ୍ତମ ଶାସନ ଓ ଜନସେବାରେ ନୈତିକତା ଏହାର ମୂଳ ଲକ୍ଷ୍ୟ।

ଦକ୍ଷତା ବିକାଶ ଓ ଜୀବିକା ସୁଯୋଗ ସୃଷ୍ଟି ପାଇଁ ଘରକୁ ଘର ବୁଲି ସଚେତନତା ଅଭିଯାନ
କେନ୍ଦୁଝର କେନ୍ଦୁପତ୍ର ଡିଭିଜନର ବିଭିନ୍ନ ରେଞ୍ଜରେ ଘରକୁ ଘର ବୁଲି ଗ୍ରାମବାସୀଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ପାଇଁ ଉତ୍ସାହିତ କରାଯାଉଛି, ଯାହା ନୂତନ ଜୀବିକା ଓ ନିଯୁକ୍ତି ସୁଯୋଗ ସୃଷ୍ଟିରେ ସହାୟକ ହେବ। 

ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ
ଓଡ଼ିଶା କେନ୍ଦୁପତ୍ର ସଂସ୍ଥାର ବିଭିନ୍ନ ଡିଭିଜନରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସହଯୋଗରେ କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳିମାନଙ୍କ ପାଇଁ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଥିଲା।

ସମ୍ବଲପୁରଠାରେ ମୃତ କେନ୍ଦୁପତ୍ର ତୋଳାଳିଙ୍କ ନୋମିନିଙ୍କୁ ଅନୁକମ୍ପାମୂଳକ ଆର୍ଥିକ ସହାୟତା ବଣ୍ଟନ
ଗତ ୧୦-୧୦-୨୦୨୬ ତାରିଖରେ ସମ୍ବଲପୁର ଡିଅର୍ ପାର୍କଠାରେ ରେଢ଼ାଖୋଲ କେନ୍ଦୁପତ୍ର ଡିଭିଜନର ୩୮ ଜଣ ମୃତ କେନ୍ଦୁପତ୍ର ତୋଳାଳିଙ୍କ ନୋମିନିଙ୍କୁ ଅନୁକମ୍ପାମୂଳକ ଆର୍ଥିକ ସହାୟତା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ, ମାନ୍ୟବର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ସମ୍ବଲପୁର କେନ୍ଦୁପତ୍ର ସର୍କଲର ମୁଖ୍ୟ ବନ ସଂରକ୍ଷକ, ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଉପସ୍ଥିତ ଥିଲେ।

୩୦ ଜଣ ଜନଜାତି ଯୁବତୀଙ୍କ IoT ପ୍ରଶିକ୍ଷଣ ଓ କେନ୍ଦ୍ରର ସୁବିଧା ସମୀକ୍ଷା
୦୯-୧୦-୨୦୨୬ରେ ବାଲିମେଳା ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରି ସିସିଏଫ୍‌ ବଲାଙ୍ଗୀର ୩୦ ଜଣ ଜନଜାତି ଯୁବତୀଙ୍କ IoT ପ୍ରଶିକ୍ଷଣ ଓ କେନ୍ଦ୍ରର ସୁବିଧା ସମୀକ୍ଷା କରିଥିଲେ। ଏହି ଅବସରରେ ପ୍ରଶିକ୍ଷାର୍ଥୀଙ୍କୁ ୟୁନିଫର୍ମ ଓ ପ୍ରଶିକ୍ଷଣ ସାମଗ୍ରୀ ବଣ୍ଟନ କରିବା ସହ ପ୍ରଶିକ୍ଷଣ ପରବର୍ତ୍ତୀ ନିଯୁକ୍ତି ନେଇ ଆଲୋଚନା କରିଥିଲେ। ପ୍ରଶିକ୍ଷଣ ଶେଷରେ Hoxon Pvt. Ltd. ପକ୍ଷରୁ ସମସ୍ତ ୩୦ ଜଣଙ୍କୁ ନିଯୁକ୍ତି ପ୍ରସ୍ତାବ ଦିଆଯାଇଛି।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (କେନ୍ଦୁପତ୍ର)ଙ୍କ ଦ୍ୱାରା ଅନୁଗୋଳ କେନ୍ଦୁପତ୍ର ଡିଭିଜନର ପାଲଲହଡ଼ା ପୂର୍ବ ଓ ପଶ୍ଚିମ ରେଞ୍ଜର ବିଭିନ୍ନ ଫଡ଼ି ଓ ସିଜି ନିରୀକ୍ଷଣ
ଗତ ୦୭-୧୦-୨୦୨୬ ତାରିଖ ଦିନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (କେନ୍ଦୁପତ୍ର)ଙ୍କ ଦ୍ୱାରା ଅନୁଗୋଳ କେନ୍ଦୁପତ୍ର ଡିଭିଜନର ପାଲଲହଡ଼ା ପୂର୍ବ ଓ ପଶ୍ଚିମ ରେଞ୍ଜର ବିଭିନ୍ନ ଫଡ଼ି ଓ ସିଜି ନିରୀକ୍ଷଣ କରାଯାଇଥିଲା। ବନ୍ଧେଇ ଓ ବିକ୍ରୟ ପ୍ରଗତି ସମୀକ୍ଷା ସହ ନବନିର୍ମିତ ସ୍ଥାୟୀ ଫଡ଼ି ଗୃହ, ନଳକୂପ, ରେଞ୍ଜ କାର୍ଯ୍ୟାଳୟ ଓ ଫରେଷ୍ଟର କ୍ୱାର୍ଟର ନିରୀକ୍ଷଣ କରାଯାଇଥିଲା।

କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳିମାନଙ୍କ ପାଇଁ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ
କେନ୍ଦୁଝର କେନ୍ଦୁପତ୍ର ଡିଭିଜନର ତେଲକୋଇ କେନ୍ଦୁପତ୍ର ରେଞ୍ଜ ଅନ୍ତର୍ଗତ ସାଲେଇକେନା ଗ୍ରାମରେ କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳିମାନଙ୍କ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସହଯୋଗରେ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଥିଲା।

ପିସିସିଏଫ୍‌ କେନ୍ଦୁପତ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଡିଏଫ୍‌ଓ ସମ୍ମିଳନୀ ଆୟୋଜିତ
ପିସିସିଏଫ୍‌ କେନ୍ଦୁପତ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଡିଏଫ୍‌ଓ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ତୋଳାଳି, ବନ୍ଧାଳି ଓ ଋତୁକାଳୀନ କର୍ମଚାରୀଙ୍କ କଲ୍ୟାଣ, ବନ୍ଧେଇ କାର୍ଯ୍ୟ, ଜୀବିକା ଯୋଜନା, ମୌସମ୍ ଆପ୍‌, MKLWF ନିର୍ମାଣ, ପାନୀୟ ଜଳ, ଶୌଚାଳୟ ସୁବିଧା ଓ ବିକ୍ରୟ ପ୍ରଗତି ସମୀକ୍ଷା କରାଯାଇଥିଲା।

ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ
କେନ୍ଦୁଝର କେନ୍ଦୁପତ୍ର ଡିଭିଜନର ତେଲକୋଇ କେନ୍ଦୁପତ୍ର ରେଞ୍ଜ ଅନ୍ତର୍ଗତ ବେଣା ଗ୍ରାମରେ କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳିମାନଙ୍କ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସହଯୋଗରେ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଥିଲା।

ଆଗାମୀ ଇ-ଟେଣ୍ଡର ପାଇଁ କେନ୍ଦୁଝର କେନ୍ଦୁପତ୍ର ଡିଭିଜନର ବିଭିନ୍ନ କେନ୍ଦୁପତ୍ର ଲଟ୍‌କୁ କେନ୍ଦୁଝରସ୍ଥିତ OFDC Ltd. କୁ ହସ୍ତାନ୍ତର
ଆଗାମୀ ଇ-ଟେଣ୍ଡର ପାଇଁ କେନ୍ଦୁଝର କେନ୍ଦୁପତ୍ର ଡିଭିଜନର ବିଭିନ୍ନ କେନ୍ଦୁପତ୍ର ଲଟ୍‌କୁ କେନ୍ଦୁଝରସ୍ଥିତ OFDC Ltd. କୁ ହସ୍ତାନ୍ତର କରାଯାଇଛି। ଏହି ସମୟରେ DDM ଓ SDM, OFDC, ACF, କେନ୍ଦୁଝର କେନ୍ଦୁପତ୍ର ଡିଭିଜନ ଏବଂ SDFO, କାମାକ୍ଷାନଗର ଉପଖଣ୍ଡ ଉପସ୍ଥିତ ଥିଲେ।

ବଲାଙ୍ଗିର କେନ୍ଦୁପତ୍ର ଡିଭିଜନର ମୃତ କେନ୍ଦୁପତ୍ର ତୋଳାଳିଙ୍କ ୧୪ ଜଣ ପ୍ରତ୍ୟେକ ନୋମିନିଙ୍କୁ ₹୨ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ
କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ଋତୁକାଳୀନ କର୍ମଚାରୀ କଲ୍ୟାଣ ପାଣ୍ଠି ଅଧୀନରେ ବଲାଙ୍ଗିର କେନ୍ଦୁପତ୍ର ଡିଭିଜନର ମୃତ କେନ୍ଦୁପତ୍ର ତୋଳାଳିଙ୍କ ୧୪ ଜଣ ପ୍ରତ୍ୟେକ ନୋମିନିଙ୍କୁ ₹୨ ଲକ୍ଷ ଲେଖାଏଁ CMP ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ଭବାନୀପାଟଣା କେନ୍ଦୁପତ୍ର ଡିଭିଜନର ମୃତ କେନ୍ଦୁପତ୍ର ତୋଳାଳିଙ୍କ ୨୪ ଜଣ ପ୍ରତ୍ୟେକ ନୋମିନିଙ୍କୁ ₹୨ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ
କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ଋତୁକାଳୀନ କର୍ମଚାରୀ କଲ୍ୟାଣ ପାଣ୍ଠି ଅଧୀନରେ ଭବାନୀପାଟଣା କେନ୍ଦୁପତ୍ର ଡିଭିଜନର ମୃତ କେନ୍ଦୁପତ୍ର ତୋଳାଳିଙ୍କ ୨୪ ଜଣ ପ୍ରତ୍ୟେକ ନୋମିନିଙ୍କୁ ₹୨ ଲକ୍ଷ ଲେଖାଏଁ CMP ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି ସହାୟତା ଶୋକସନ୍ତପ୍ତ ପରିବାରଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇବାରେ ସହାୟକ ହେବ।

ରାଉରକେଲା କେନ୍ଦୁପତ୍ର ଡିଭିଜନର କେନ୍ଦ୍ରୀୟ ଗୋଦାମ ପରିଦର୍ଶନ ଓ କ୍ଷେତ୍ରସ୍ତରୀୟ କାର୍ଯ୍ୟର ସମୀକ୍ଷା
କେନ୍ଦୁପତ୍ର ଓଡ଼ିଶା,ଏସିସିଏଫ୍ ୫ ସେପ୍ଟେମ୍ବର ୨୦୨୬ରେ ରାଉରକେଲା କେନ୍ଦୁପତ୍ର ଡିଭିଜନର ବିଭିନ୍ନ କେନ୍ଦ୍ରୀୟ ଗୋଦାମ(ସିଜି) ପରିଦର୍ଶନ କରି କ୍ଷେତ୍ରସ୍ତରୀୟ କେନ୍ଦୁପତ୍ର କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ଅବସରରେ ଚାଲୁଥିବା କାର୍ଯ୍ୟକଳାପ, କାର୍ଯ୍ୟକ୍ଷେତ୍ରର ସମସ୍ୟା ସମ୍ପର୍କରେ କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ।

କେନ୍ଦୁପତ୍ର କାର୍ଯ୍ୟର ସ୍ଥାୟୀ ବିକାଶ ପାଇଁ କ୍ଷେତ୍ରସ୍ତରୀୟ ସମସ୍ୟା, ଚ୍ୟାଲେଞ୍ଜ ଏବଂ ସୁଯୋଗ ବିଷୟରେ ଆଲୋଚନା
6 ସେପ୍ଟେମ୍ବର 2026 ରେ ଭୁବନେଶ୍ୱରସ୍ଥିତ XIM ବିଶ୍ୱବିଦ୍ୟାଳୟର ପ୍ରଫେସର ଏବଂ ଅଧ୍ୟାପକମାନେ କେସିଙ୍ଗା ଏବଂ ଭବାନୀପାଟଣା KL ରେଞ୍ଜରେ ପ୍ଲକର୍ସ, ବାଇଣ୍ଡର, ଋତୁକାଳୀନ କର୍ମଚାରୀ ଏବଂ ବନ କର୍ମଚାରୀଙ୍କ ସହିତ କେନ୍ଦୁପତ୍ର କାର୍ଯ୍ୟର ସ୍ଥାୟୀ ବିକାଶ ପାଇଁ କ୍ଷେତ୍ରସ୍ତରୀୟ ସମସ୍ୟା, ଚ୍ୟାଲେଞ୍ଜ ଏବଂ ସୁଯୋଗ ବିଷୟରେ ଆଲୋଚନା କରିଥିଲେ।

କାମାକ୍ଷାନଗର ଉପଖଣ୍ଡରେ ପିବିବି କାର୍ଯ୍ୟର ଯାଞ୍ଚ
କେନ୍ଦୁଝର କେନ୍ଦୁପତ୍ର ଡିଭିଜନର କାମାକ୍ଷାନଗର ଉପଖଣ୍ଡରେ SDFOଙ୍କ ଦ୍ୱାରା PBB କାର୍ଯ୍ୟ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ମାଧ୍ୟମରେ କାର୍ଯ୍ୟର ଗୁଣବତ୍ତା, ପ୍ରଗତି ଓ ସୁଚାରୁ ରୂପାୟଣ ଉପରେ ଗୁରୁତ୍ୱ ଦିଆଯାଇଥିଲା।

କଲୁଙ୍ଗା ସି.ଜି.ରେ କେନ୍ଦୁପତ୍ର ଲଟ୍‌ର ଯାଞ୍ଚ ଓ ସମୀକ୍ଷା
୨ ଅଗଷ୍ଟରେ ସମ୍ବଲପୁର କେନ୍ଦୁପତ୍ର ସର୍କଲ ସିସିଏଫ,ଡି ଏମ, ଓ ଡ଼ିଏଫଓ, ରାଉରକେଲାଙ୍କ ଉପସ୍ଥିତିରେ କଲୁଙ୍ଗା ସି. ଜି. ର କେନ୍ଦୁପତ୍ର ବ୍ୟାଗ ଯାଞ୍ଚ କରିଥିଲେ। ଏହାପରେ କେନ୍ଦୁପତ୍ର ଲଟ ନଷ୍ଟ ହେବାର ସମ୍ଭାବ୍ୟ କାରଣ ନେଇ ରେଞ୍ଜ ଷ୍ଟାଫ୍, OFDC ଓ ଅନ୍ୟ ଅଧିକାରୀଙ୍କ ସହ ବୈଠକ ହୋଇଥିଲା ।

ଗୁଣାତ୍ମକ ଉତ୍ପାଦନ ସପ୍ତାହ ଓ ସ୍ୱାସ୍ଥ୍ୟ-ପରିମଳ କାର୍ଯ୍ୟକ୍ରମ
୧ ସେପ୍ଟେମ୍ବର ୨୦୨୬ରେ ଭୁତିଆରବାହାଲ କେନ୍ଦୁପତ୍ର ରେଞ୍ଜରେ ସି.ସି.ଏଫ, ବଲାଙ୍ଗିର, ଡି.ଏଫ.ଓ, ପାଟନାଗଡ଼ ଡିଭିଜନ; ଡି.ଏମ, ବଲାଙ୍ଗିର ଏବଂ ଏସ.ଡି.ଏମ, ପାଟନାଗଡ଼ଙ୍କ ଉପସ୍ଥିତିରେ ଗୁଣାତ୍ମକ ଉତ୍ପାଦନ ସପ୍ତାହ ଓ ସ୍ୱାସ୍ଥ୍ୟ-ପରିମଳ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସ୍ୱାସ୍ଥ୍ୟ ସେବା ସହ ବୃକ୍ଷରୋପଣ ଅଭିଯାନ ମାଧ୍ୟମରେ ପରିବେଶ ସୁରକ୍ଷା ଓ ସବୁଜ ଭବିଷ୍ୟତ ପ୍ରତି ପ୍ରତିବଦ୍ଧତାକୁ ସୁଦୃଢ଼ କରାଯାଇଥିଲା।
 

କେନ୍ଦୁଝର କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ତେଲକୋଇ କେନ୍ଦୁପତ୍ର ରେଞ୍ଜରେ କେନ୍ଦୁପତ୍ର ବନ୍ଧେଇ କାର୍ଯ୍ୟ ଉପରେ ରେଞ୍ଜ-ସ୍ତରୀୟ ସମୀକ୍ଷା ବୈଠକ

୩୧ ଅଗଷ୍ଟ ୨୦୨୬ରେ ଏକ ବ୍ୟୟ ଅର୍ଥ କମିଟି(EFC) ବୈଠକ ଅନୁଷ୍ଠିତ
ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠି (MKLWF) ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ବିଚାର-ବିମର୍ଶ ପାଇଁ ଅର୍ଥ ବିଭାଗର ପ୍ରମୁଖ ସଚିବ ଶ୍ରୀ ସଞ୍ଜୀବ କୁମାର ମିଶ୍ର, IASଙ୍କ ଅଧ୍ୟକ୍ଷତାରେ ୩୧ ଅଗଷ୍ଟ ୨୦୨୬ରେ ଏକ ବ୍ୟୟ ଅର୍ଥ କମିଟି(EFC) ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ନିୟନ୍ତ୍ରଣ ବିଭାଗର ପ୍ରମୁଖ ସଚିବ, ପିସିସିଏଫ (କେନ୍ଦୁପତ୍ର), ଓଡ଼ିଶା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।